ସାମାଜିକ ଦୂରତା ନେଇ ଆରଏସଏସ ନିମାପଡ଼ା ଖଣ୍ଡର ସଚେତନତା କାର୍ଯ୍ୟକ୍ରମ

ନିମାପଡ଼ା: ସାମ୍ପ୍ରତିକ କରୋନା ସମସ୍ୟାକୁ ନେଇ ନିମାପଡ଼ା ବାରବାଟୀସ୍ଥିତ ଅସ୍ଥାୟୀ ହାଟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ନିମାପଡ଼ା ଖଣ୍ଡ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ହାଟକୁ ଆସୁଥିବା ପରିବା ଚାଷୀ, ବ୍ୟବସାୟୀ ଓ ଗ୍ରାହକମାନେ କିପରି ସାମାଜିକ ଦୂରତା ରକ୍ଷା ସେନେଇ ସଂଘ ସଦସ୍ୟମାନେ ସଚେତନ କରାଇଥିଲେ। ଏହା ସହିତ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କୁ ମାସ୍କ ବଣ୍ଟନ କରିବା ହାତ ଧୋଇବା ପାଇଁ ଘରୋଇ ଉତ୍ପାଦରେ ପ୍ରସ୍ତୁତ ଆୟୁର୍ବେଦିକ ବିଶୋଧକ ପ୍ରଦାନ କରିଥିଲେ । ନିମାପଡ଼ା ଖଣ୍ଡ କାର୍ଯ୍ୟବାହ ଭାଗିରଥି ଓଝା, କୃଷ୍ଣଚନ୍ଦ୍ର ବାରିକ, ସରୋଜ କୁମାର ସାହୁ, ଦେଶ ରଞ୍ଜନ ବାରିକ, ଦୀପକ କୁମାର ଜେନା, ଅଜୟ ପଣ୍ଡା, ପ୍ରସନ୍ନ କୁମାର କର, ଉମାଶଙ୍କର ଆଚାର୍ଯ୍ୟ, ଶୁଭ୍ରଜିତ ବାରିକ, ରଞ୍ଜନ ନାୟକ, ରାଜାରାମ ମିଶ୍ର, ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ନିମାପଡ଼ା ଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ଅଧ୍ୟାପକ ଆଦର୍ଶ ଦାଶ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।