ପରଲୋକରେ ସ୍ବାମୀ ଅଗ୍ନିବେଶ

ଆର୍ଯ୍ୟ ସମାଜର ଜଣାଶୁଣା ସନ୍ଥ ସ୍ବାମୀ ଅଗ୍ନିବେଶଙ୍କର ଆଜି ନୂଆଦିଲ୍ଲୀର ଏକ ଡ଼ାକ୍ତରଖାନାରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ମଙ୍ଗଳବାର ସ୍ବାସ୍ଥ୍ୟ ଖରାପ ହେବା ଯୋଗୁଁ ତାଙ୍କୁ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏର୍ଡ ବେଲେରି ସାଇନ୍ସେସ (ଆଇଏଲବିଏସ୍)ରେ ଭର୍ତି କରାଯାଇଥିଲା । ସେ ଲିଭର ସିରୋସିସରେ ପୀଡ଼ିତ ଥିଲେ । ସେଠାରେ ତାଙ୍କର ଚିକିତ୍ସା ସମୟରେ ତାଙ୍କର ଅନ୍ୟାନ୍ୟ ସମସ୍ୟା ଦେଖା ଦେଇଥିଲା । ଆଜି ସଂଧ୍ୟା ୬.୩୦ ମିନିଟରେ ତାଙ୍କର ପରଲୋକ ଘଟିଥିବା ଡ଼ାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

ଡ଼ାକ୍ତରଖାନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସ୍ବାମୀ ଅଗ୍ନିବେଶଙ୍କୁ ସନ୍ଧ୍ୟା ୩.୩୦ ମିନିଟରେ ହୃଦଘାତ ହୋଇଥିଲା । ଡ଼ାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା । ହରିଆଣାର ପୂର୍ବ ଶିକ୍ଷାମନ୍ତ୍ରୀ ଅଗ୍ନିବେଶ ୧୯୭୦ ମସିହାରେ ଏକ ରାଜନୈତିକ ଦଳ ଆର୍ୟ୍ୟସଭା ସ୍ଥାପନ କରିଥିଲେ । ଆର୍ୟ୍ୟ ସମାଜର ସିଦ୍ଧାନ୍ତ ଅନୁସାରେ ଏହା ଆଧାରିତ ଥିଲା । ସେ ଜଣେ ଜଣାଶୁଣା ଆଇନଜୀବୀ ମଧ୍ୟ ଥିଲେ । ଏହା ସହ ସମାଜରେ ବିଭିନ୍ନ ସଚେତନତା ସୃଷ୍ଟି କାର୍ୟ୍ୟକ୍ରମରେ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା । କନ୍ୟାଭୃଣ ହତ୍ୟା ଓ ମହିଳା ମୁକ୍ତିକୁ ନେଇ ଯେ ଅଭିଯାନ ଆରମ୍ଭ କରିଥିଲେ । ଜନ ଲୋକପାଳ ବିଧାୟକ ଲାଗୁ କରିବା ନିମନ୍ତେ ସେ ୨୦୧୧ରେ ଇଣ୍ଡିଆ ଏଗେନଷ୍ଟ କରପସନ ଅଭିଯାନରେ ଆନ୍ନା ହଜାରେଙ୍କ ପ୍ରମୁଖ ସହଯୋଗୀ ଥିଲେ ।

Comments are closed.