ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ପିପୁଲ୍ ଫର୍‌ ସେବାର ସଦସ୍ୟ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଭେଟିଛନ୍ତି ପିପୁଲ୍ ଫର୍‌ ସେବାର ସଦସ୍ୟ। ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଦିର୍ଘ ୩ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପର୍ସ ବାହାରି ପାରିନାହିଁ । ଏହାରି ମଧ୍ୟରେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମଧ୍ୟ ତାର ତଦନ୍ତ ପ୍ରକ୍ରିୟା ଦିଗହରା ହୋଇଯାଇଥିବା ଅଭିଯୋଗ କରିଛନ୍ତି ପିପୁଲ୍ ଫର୍‌ ସେବାର ସଦସ୍ୟ। ସେମାନେ କହିଛନ୍ତି ଘଟଣାକୁ ୩ ମାସ ବିତି ଯାଇଛି କିନ୍ତୁ ଘଟଣା ଉପରୁ ପରଦା ଘଟି ପାରୁନି। କ୍ରାଇମବ୍ରାଞ୍ଚ ଯେମିତି ଭୁଲିଗଲାଣି ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ । ଏଣୁ ଆଉ କାହା ଉପରେ ଭରସା ନାହିଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ପିପୁଲ୍ ଫର୍‌ ସେବାର ସଦସ୍ୟମାନେ ଦାବି କରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଜୁଲାଇ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଷ୍ଟେସନରୁ ମିଳିଥିଲା। ମୃତ ଦେହ ମିଳିବା ପରେ ଜିଆରପି ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମାଲା ରୁଜୁ କରାଯାଇ ତଦନ୍ତ କରାଯାଉଥିଲା। ଏହାପରେ ଏହି ଘଟଣାରେ ବିଭିନ୍ନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ମାମଲାକୁ କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ସମୟରେ ଘଟଣାକୁ ନେଇ ବିଭିନ୍ନ ନୂଆ ତଥ୍ୟମାନ ଆସିଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କୌଣସି ନିଷ୍ପର୍ସ ବାହାରି ପାରିନାହିଁ।

Comments are closed.