ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ

ଭୁବନେଶ୍ୱର,  : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କ ଗୁରୁବାର ଅପରାହ୍ନରେ ୧୨ଟା ୧୦  ମିନିଟ ସମୟରେ ବିୟୋଗ ଘଟିଛି | ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ସତ୍ୟଭାମା । ମୃତ୍ୟୁବେଳକୁ ତାଙ୍କୁ ୮୨  ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡିତ ଥିଲେ ।

ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା (ବଲୁରିଆ ) ଗ୍ରାମର ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ । ତାଙ୍କର ଛଅ ପୁଅ ଓ ତିନି ଝିଅ ଅଛନ୍ତି । ପ୍ରଫେସର ନାୟକ ତାଙ୍କର ଦ୍ୱିତୀୟ ପୁତ୍ର ।ମୃତ୍ୟୁଶଯ୍ୟା ନିକଟରେ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ |

Comments are closed.