ସତ ହେଲାକି ମାଳିକା ବଚନ -ସାହାରା ମରୁଭୂମିରେ ପଡୁଛି ବରଫ

ବିଶ୍ବର ଉଷ୍ମତମ ସ୍ଥାନ ଆଫ୍ରିକାର ସାହାରା ମରୁଭୂମି ଏବେ ଶୀତଳର ବିସ୍ମୟ ଭୂମି ପାଲଟିଛି। ପ୍ରାୟ ୯.୨ ବର୍ଗ କିଲୋମିଟର ବ୍ୟାପି ଏହି ମରୁଭୂମିର ଉତ୍ତାପ ଗ୍ରୀଷ୍ମରେ ୫୮ ଡିଗ୍ରୀ ଛୁଇଁଥାଏ; କିନ୍ତୁ ଚଳିତ ଶୀତ ଋତୁରେ ଏଠାରେ ପ୍ରବଳ ବରଫ ପଡ଼ିଥିବା ଦେଖାଯାଇଛି।

ସମ୍ପ୍ରତି ସାହାରା ମରୁଭୂମିର ଉତ୍ତାପ ବିଯୁକ୍ତ ୨ ଡିଗ୍ରୀ ତଳେ ରହିଛି। ଏହାର ବାଲୁକା ରାଶି ବରଫ ଶଯ୍ୟାରେ ଆଚ୍ଛାଦିତ ହୋଇ ବିରଳ ଆକର୍ଷଣୀୟ ରୂପ ନେଇଛି। ଗତ ୪୨ ବର୍ଷ ମଧ୍ୟରେ ଏଭଳି ସ୍ଥିତି ପଞ୍ଚମ ଥର ଉପୁଜିଛି। ୧୯୭୮, ୨୦୧୬, ୨୦୧୮ ଓ ୨୦୨୧ରେ ଏହି ମରୁଭୂିରେ ବରଫ ଚର୍ଚ୍ଚାର ବିଷୟ ହୋଇଥିଲା।

Comments are closed.