ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲା ଲୁଟେରା

ବାଲେଶ୍ବର: ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଦୁଇ ମହିଳା ବନ୍ଧୁ ବାହାନଗା ମୁଗୁନିପୁର ଗ୍ରାମର ଗୀତାଞ୍ଜଳୀ ପାତ୍ର ଓ ନୀଳଗିରିର ନିୟତି ପଣ୍ଡା ସାଙ୍ଗ ହୋଇ ଖଇରା ସାରଡାଙ୍ଗରୁ ବାଲେଶ୍ବର ଯିବା ବେଳେ ତୁଡିଗଡିଆ ଗାନ୍ଧିସ୍କୁଲ ଠାରେ ପଛରୁ ଦ୍ରୁତଗତିରେ ଏକ ପଲ୍ସର ବାଇକରେ ଆସି ଲୁଟେରା ଗୀତାଞ୍ଜଳୀ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇ ଯାଇଥିଲା। ସୁନା ଚେନ୍‌ର ଦାମ ୮୦ ହଜାର ହେବ ବୋଲି ମହିଳା କହିଛନ୍ତି। ସୋର ପୁଲିସର ଏହି ଘଟଣାର ତନାଘନା ଆରମ୍ଭ କରିଛି।

Comments are closed.