ପ୍ରାତଃଭ୍ରମଣ ବେଳେ ମହିଳାଙ୍କଠାରୁ ୧୫ ଭରି ସୁନା ଲୁଟ୍

0

ବ୍ରହ୍ମପୁର: ଏକ ଛାତ୍ରୀ ନିବାସ ନିକଟରୁ ଜନୈକ ମହିଳାଙ୍କ ଠାରୁ ଦୁର୍ବୃତ୍ତମାନେ ୧୫ ଭରି ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ପ୍ରାତଃଭ୍ରମଣରେ ଯାଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ମହିଳାଙ୍କୁ ଭୟଭୀତ କରାଇ ତାଙ୍କର ସମସ୍ତ ଗହଣା ଲୁଟି ନେଇଥିଲେ। ମହିଳାଙ୍କ ଏତଲା ଟାଉନ୍ ଥାନା ପୁଲିସ୍ ଏବଂ ଗୋସାଣିନୂଆ ଗାଆଁ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply