କଖଡୀରେ ସ୍ନାନ ପୂର୍ଣ୍ଣିମା

ଗୁରୁଡିଝାଟିଆ : ଆଠଗଡ ନିିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଗାଁର ମହାପ୍ରଭୂ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା କୋଭିଡ କଟକଣା ଭିତରେ ଅନୁଷ୍ଠିତ ହୋଇଛି। ପ୍ରଭୂଙ୍କୁ ପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ଅଣାଯାଇଥିଲା। ବିଧି ଅନୁଯାୟୀ ସ୍ନାନ କରାଯିବା ପରେ ପ୍ରଭୂଙ୍କ ହାତୀବେଶ ଅନୁଷ୍ଠିତ ହୋଇଥିଲା। ଗାଁ ସଭାପତି ଦିଲ୍ଲିପ ଛତାରଙ୍କ ଉପସ୍ଥିତିରେ ଦେବୋତ୍ତର ସୁପରଭାଇଜର ଅଫିସର ନାୟକ, ଚନ୍ଦ୍ରଶେଖର ପରିଡ଼ା, ସୁରେନ୍ଦ୍ର ମହାନ୍ତି, ପମୁଖ ଉପସ୍ଥିତ ରହିଥିଲେ। ପୂଜକ ଶକ୍ତିପ୍ରସାଦ ପତି ପ୍ରଭୂଙ୍କ ନୀତିକାନ୍ତି ସମାପନ କରିଥିଲେ।

Comments
Loading...