ବିଧାୟକଙ୍କ ଘରେ ନାଗସାପ, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

ବିଧାୟକଙ୍କ ଘରେ ସାପ । ସ୍ବାଭାବିକ ଭାବରେ ଚମକି ପଡ଼ିବା ପରି କଥା । ହେଲେ କଥାଟି ସତ । ଆଉ ଏହି ବିଧାୟକ ହେଉଛନ୍ତି ରାଜଧାନୀ ଭୁବନେଶ୍ବରର ଟାଣୁଆ ନେତା ଅନନ୍ତ ନାରାୟଣ ଜେନା । ଶ୍ରୀ ଜେନା ୟୁନିଟ୍ ୧ ହାଟ ନିକଟରେ ପାଇଛନ୍ତି ସରକାରୀ କ୍ବାଟର । ଏହି କ୍ବାଟରରେ ଆଜି ଏକ ନାଗସାପ ବୁଲୁଥିବା ଦେଖାଯାଇଥିଲା ।

ଏ ସମ୍ପର୍କରେ ସ୍ନେକ ହେଲ୍ପଲାଇନର ସଦସ୍ୟଙ୍କୁ ଖବର ଦେବା ପରେ ଜଣେ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ସାପଟି ନାଗ ପ୍ରଜାତିର । ତାକୁ ଉଦ୍ଧାର କରାଯାଇ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଛି । ପୂର୍ବରୁ ବିଧାନସଭା ପରିସରରୁ ମଧ୍ୟ ନାଗସାପ ଉଦ୍ଧାର ହୋଇଥିଲା । ସେହିପରି ଜଣେ ଆଇଏଏସଙ୍କ ବାସଭବନ ପରିସରରୁ ଏକ ନାଗସାପ କିଛିଦିନ ତଳେ ଉଦ୍ଧାର କରାଯାଇଥିଲା ।

Comments are closed.