ମାଆ ନାଗୁଣି ସହ ୨୫ରୁ ଉର୍ଦ୍ଧ୍ବ ନାଗ ଛୁଆ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକପଡା ଗ୍ରାମର ଦୁହୁଡିସାହିର ଶେଷଦେଵ ସାମଲଙ୍କ ଘରୁ ମାଆ ନାଗୁଣି ସହ ୨୫ରୁ ଉର୍ଦ୍ଧ୍ବ ନାଗ ଛୁଆ ଉଦ୍ଧାର ହୋଇଛି । ସୋମବାର ସକାଳୁ ଶେଷଦେଵଙ୍କ ମାଟି ଘର କାନ୍ଥରେ ନାଗସାପ ଅଣ୍ଡା ଦେଇଥିବା ଦେଖି ସ୍ନେକ୍ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ଚିତ୍ତ ରଂଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଘର କାନ୍ଥ ଖୋଳି ସାପ ଗୁଡିକୁ ଉଦ୍ଧାର କରିଥିଲେ ।

Comments are closed.