ଏୟାରପୋର୍ଟ ଟର୍ମିନାଲ ୨ରୁ ସାପ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ଏୟାର ପୋର୍ଟ ଟର୍ମିନାଲ ୨ର ଏରୋ ବ୍ରିଜର ସିଡ଼ି ତଳେ ଏକ ସାପ ପସିଯାଇଥିଲା । ଟର୍ମିନାଲ ମ୍ୟାନେଜରଙ୍କ ଡାକରା ପାଇ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତେବେ ସିଡ଼ି ତଳେ ଥିବା ଗାତ ଭିତରେ ସାପଟି ଲୁଚି ଯାଇଥିଲା। ସାପକୁ ଗାତ ଭିତରୁ ବାହାର କରିବା ପାଇଁ ପ୍ରଥମେ ପାଣି, ତା ପରେ ଡିଜେଲ ପକା ଗଲା। ଶେଷରେ ଜଣେ କର୍ମଚାରୀ ଟର୍ପେଣ୍ଟାଇନ ତେଲ ପକେଇବା ପରେ ସାପଟି ଗାତ ବାହାରକୁ ବାହାରି ପଡିଥିଲା। ଏହାପରେ ଶୁଭେନ୍ଦୁ ୨ଫୁଟ ଲମ୍ବାର ଢ଼ମଣା ସାପଟିକୁ ଉଦ୍ଧାର କରି ବ୍ୟାଗରେ ପୁରେଇ ବାହାରକୁ ଆଣିଥିଲେ। ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି। ବର୍ଷା ଦିନ ହେତୁ ଏୟାର ପୋର୍ଟ ଭିତରେ ଘାସ ଆକାର ବଢି ଯାଇଥିବାରୁ ସାପ ମାନଙ୍କର ଗତିବିଧି ମଧ୍ୟ ବଢିଯାଇଛି ବୋଲି କର୍ମଚାରୀ ମାନେ ପ୍ରକାଶ କରିଥିଲେ।

Comments are closed.