୬ ଫୁଟ ଲମ୍ବର ରଣା ସାପ ଉଦ୍ଧାର

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଦହିସରା ଗ୍ରାମର ଦୀପକ ରାଉତଙ୍କ ଘରେ ଏକ ରଣାସାପ ଉଦ୍ଧାର ହୋଇଥିବା ଜଣାପଡିଛି। ଦୀପକଙ୍କ ଘରେ ଏକ ରଣା ସାପ ପଶିଥିବା ଖବର ପାଇ ଆଠଗଡର ସାପ ଧରାଳି ତଥା ସ୍ନେକ ହେଲ୍ପଲାଇନର ସଦସ୍ୟ ସୁଶାନ୍ତ କୁମାର ପାତ୍ର ଶୁକ୍ରବାର ରାତି ୯ଟାରେ ଦହିସରା ଗ୍ରାମକୁ ଯାଇ ଦୀପକଙ୍କ ଘର ଭିତରୁ ଏକ ୬ଫୁଟ ଲମ୍ବର ବିରଳ ରଣାସାପ ଉଦ୍ଧାର କରିଥିଲେ। ଆଠଗଡ ବନବିଭାଗର ପରାମର୍ଶକ୍ରମେ ସାପଟିକୁ କନ୍ଦରପୁର ନିକଟସ୍ଥ ସୁକାଶନ ସଂରକ୍ଷିତ ଜଙ୍ଗଲରେ ଶ୍ରୀ ପାତ୍ର ଛାଡି ଦେଇଥିବା ଜଣାପଡିଛି।

Comments are closed.