ଦୁଇ ନାଗସାପ ଉଦ୍ଧାର

ଆଠଗଡ : ଆଠଗଡ ଉପରସାହି ଓ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଛଅଗାଁର ୨ଜଣଙ୍କ ଘରୁ ୨ଟି ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି। ବୁଧବାର ଆଠଗଡର ଜଣାଶୁଣା ସାପଧରାଳି ସୁଶାନ୍ତ କୁମାର ପାତ୍ର ଖବରପାଇ ପ୍ରଥମେ ଉପରସାହିର ମାନସ ରାଉତଙ୍କ ଘରୁ ଏକ ୩ଫୁଟ ଲମ୍ବ ନାଗସାପ ଉଦ୍ଧାର କରିଥିଲେ। ପରେ ପରେ ଛଅଗାଁର ତପନ ରାଉତଙ୍କ ଘରୁ ଏକ ୬ଫୁଟ ଲମ୍ବର ନାଗସାପ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ସୁଶାନ୍ତ। ନାଗସାପ ଦୁଇଟିକୁ ସେ ବନବିଭାଗ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।

Comments are closed.