ସାଢେ ୪ ଫୁଟ୍‍ ଲମ୍ବର ନାଗ ସାପ ଉଦ୍ଧାର

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଖପୁରିଆପଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବୁଧବାର ଏକ ନାଗ ସାପ ଉଦ୍ଧାର ହୋଇଛି। ସାଢେ ୪ ଫୁଟ୍‍ ଲମ୍ବର ଏହି ସାପଟିକୁ ଉଦ୍ଧାରକାରୀ ଟିମ୍‍ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗ୍ରାମର ହୃଷିକେଶ ମିଶ୍ରଙ୍କ ଘର ବାରଣ୍ଡାରେ ଥିବା ଏକ ଫାଙ୍କରେ ସାପଟିକୁ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହା ଦେଖି ସେମାନେ ଭୟଭୀତ ହେବା ସହ ତତ୍‍କ୍ଷଣାତ୍‍ ନିକଟସ୍ଥ ସର୍ପ ଉଦ୍ଧାରକାରୀ ଟିମ୍‍କୁ ଖବର ଦେଇଥିଲେ। ଏହାପରେ ମୁଖ୍ୟ ଉଦ୍ଧାରକାରୀ ମିର୍ଜା ଏମ୍‍ଡି ଆରିଫ୍‍ ନିଜ ଟିମ୍‍ ସହ ସେଠାରେ ପହଞ୍ଚି ବହୁ କସରତ ପରେ ସାପଟିକୁ ଉଦ୍ଧାର କରିଥିଲେ।

 

Comments are closed.