ଆଠଗଡ଼ ଅଞ୍ଚଳରୁ ଗୋଟିଏ ଦିନରେ ୪ଟି ନାଗସାପ ଉଦ୍ଧାର

ଆଠଗଡ : ଏବେ ବର୍ଷାଋତୁ ଚାଲିଥିବାବେଳେ ଆଠଗଡ ଅଞ୍ଚଳରେ ପ୍ରତିଦିନ ବହୁ ସଂଖ୍ୟାରେ ବିଷଧର ସାପ ବାହାରିବା ଓ ଲୋକଙ୍କ ଘରେ ପଶୁଥିବା ଦେଖାଯାଉଛି। ମଙ୍ଗଳବାର ଆଠଗଡର ୩ଜଣଙ୍କ ଘରୁ ୪ଟି ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି। ଆଠଗଡର ବିଶିଷ୍ଟ ସାପ ଧରାଳି ତଥା ସ୍ନେକ ହେଲ୍ପଲାଇନର ସଦସ୍ୟ ସୁଶାନ୍ତ କୁମାର ପାତ୍ର ସୂଚନା ପାଇ ପ୍ରଥମେ ବଡଭୂଇଁ ପଞ୍ଚାୟତର ଜାଗିଆପଡା ଗ୍ରାମକୁ ଯାଇ ସୁଶାନ୍ତ ଦାସଙ୍କ ଘରୁ ୨ଟି ଓ ସୁମନ ଶେଖର ଦାଶଙ୍କ ଘରୁ ଗୋଟିଏ ନାଗସାପ ଉଦ୍ଧାର କରିଥିଲେ। ୩ଟି ଯାକ ସାପ ୪ରୁ ୫ଫୁଟ ଲମ୍ବ ହେବ ବୋଲି ଜଣାପଡିଛି। ସେହିପରି ଆଠଗଡ ଦୋରଡ ପଞ୍ଚାୟତର ଇଶ୍ୱରା ଗ୍ରାମର ଲିପୁ ଲେଙ୍କାଙ୍କ ଘରୁ ଏକ ସାଢେ ୫ଫୁଟ ଲମ୍ବର ନାଗସାପକୁ ସୁଶାନ୍ତ ପାତ୍ର ଉଦ୍ଧାର କରିଥିଲେ। ବନବିଭାଗର ପରାମର୍ଶକ୍ରମେ ୪ଟି ଯାକ ସାପକୁ ନିକଟସ୍ଥ ବୌଦା-ବନଖଣ୍ଡି ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି।

Comments are closed.