ଲୋକସେବା ଭବନରେ ଢମଣା ସାପ

ଭୁବନେଶ୍ବର: ରାଜ୍ୟ ଲୋକସେବା ଭବନରେ ହୋମ ଡିପାର୍ଟମେଣ୍ଟର କୋର୍ଡିନେସନ ସେକ୍ସନରୁ ଗୁରୁବାର ଏକ ୪ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର ହୋଇଛି। ସକାଳ ପ୍ରାୟ ୯ଟା ୧୫ ସମୟରେ ଗୃହ ବିଭାଗ କର୍ମଚାରୀମାନେ ଅଫିସ ଖୋଲିବା ବେଳେ କୋର୍ଡିନେସନ ସେକ୍ସନରେ ଗୋଟେ ଟେବୁଲ ତଳକୁ ଏକ ସାପ ପସିଯିବାର ଦେଖିଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ୍ ସେଠାରେ ପହଞ୍ଚିଥିଲେ। ଏକ ଟେବୁଲ ତଳେ କେଞ୍ଚିବା ପରେ ୪ ଫୁଟ ଲମ୍ବର ଢ଼ମଣା ସାପଟି ବାହାରକୁ ଆସିଥିଲା । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।

Comments are closed.