ରାସ୍ତା ଉପରୁ ସାଢ଼େ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ଭରତପୁର ଅଭୟାରଣ୍ୟରେ ଛାଡିଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୭.୩୦ ସମୟ ରେ ଇନ୍ଫୋସିଟି ଅଞ୍ଚଳରେ ମାଇଣ୍ଡ ଟ୍ରି ଅଫିସ ସାମନା ରାସ୍ତା ଉପରୁ ସାଢ଼େ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି। ରାସ୍ତାରେ ବଡ଼ ଅଜଗର ସାପ ଧୀରେ ଧୀରେ ଚାଲୁଥିଲା । ଲୋକମାନେ ସାପ କୁ ଦେଖିବା ପରେ ଆଉ ସିଏ କୁଆଡେ ନଯାଇ ସେଇ ରାସ୍ତା ଉପରେ ପଡି ରହିଲା । ସେଇ ସ୍ଥାନରୁ ଉଦ୍ଧାର କରିବା ପାଇଁ ଦେଖଣାହାରୀ ମାନେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି, ଅଜଗର ଟିକୁ ଉଦ୍ଧାର କରିଥି ବରମୁଣ୍ଡାରେ ଥିବା ଭୁବନେଶ୍ୱର ବନ୍ୟ ପ୍ରାଣୀ ରେଞ୍ଜ ଅଫିସ କୁ ନେଇଥିଲେ । ସେଠାରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରାଙ୍କ ସହାୟତାରେ ସାପ ଟିକୁ ମପା ଯାଇଥିଲା । ସାଢ଼େ ୧୦ ଫୁଟ ଲମ୍ବର ଅଜଗର ଏକ ମାଈ ସାପ, ଏବଂ ଦୁର୍ବଳ ଦିଶୁଥିବାରୁ ଉଦ୍ଧାର ହୋଇଥିବା ସ୍ଥାନ ପାଖା ପାଖି ଅଞ୍ଚଳରେ ଅଣ୍ଡା ଦେଇ ଦୀର୍ଘ ସମୟ ଅଣ୍ଡାକୁ ଜଗିଥିବା ସମ୍ଭବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣଚନ୍ଦ୍ର କହିଥିଲେ । ଜଙ୍ଗଲ ବିଭାଗ ଗାଡ଼ିରେ ନେଇ ଭରତପୁର ଅଭୟାରଣ୍ୟ ଭିତରେ ଥିବା କୂଅସଉରା ଜଳାଶୟ ନିକଟରେ ଅଜଗର ଟିକୁ ଛଡା ଯାଇଥିଲା ।

Comments are closed.