ସାପ ଖାଉଥିଲା ମୂଷା ; ଦଂଶନରେ ଚାଲିଗଲା ଯୁବକଙ୍କ ଜୀବନ , ଜାଣନ୍ତୁ କିପରି …..

ଉନ୍ନାଓ : ଖାଦ୍ୟ ଖାଇବା ସମୟରେ କାହାରିକୁ ମଧ୍ୟ ହଇରାଣ କରିବା ଉଚିତ ନୁହେଁ। ସେ ମନୁଷ୍ୟ ହୁଅନ୍ତୁ ଅଥବା ଜୀବଜନ୍ତୁ। ନଚେତ ଏହାର କୁପରିମାଣ ଭୋଗ କରିବାକୁ ପଡ଼ିଥାଏ। ଏଭଳି ଏକ ଘଟଣା ଉତରପ୍ରଦେଶର ଉନ୍ନାଓ ଜିଲାରେ ଘଟିଛି। ଏକ କଳା ରଙ୍ଗର ସାପ ଭକ୍ଷଣ କରୁଥିବା ସମୟରେ ଜଣେ ଯୁବକ ସାପଟିର ଲାଞ୍ଜକୁ ଧରିବା ମହଙ୍ଗା ପଡ଼ିଛି। ସାପଟି ଓଲଟି ଯାଇ ଉକ୍ତ ଯୁବକକୁ ଦଂଶନ କରିବାରୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣାଟି ଉନ୍ନାଓ ଥାନା ଅନ୍ତର୍ଗତ କୋତବାଲୀର ଆଜାଦ ନଗର ଶୁକ୍ଲାଗଞ୍ଜ ଅଂଚଳର। ଏଠାରେ ଏକ କଳା ରଙ୍ଗର ସାପ ଏକ ମୂଷାକୁ ଖାଉଥିଲା। ସେହି ସମୟରେ ଯୁବକର ଆଖି ସେହି ସାପ ଉପରେ ପଡ଼ିଲା। ସେ ସେହି ସାପଟିକୁ ଧରିବାକୁ ଚେଷ୍ଟା କରି ତା’ର ଲାଞ୍ଜକୁ ଧରିଥିଲା। ସେହି ସମୟରେ ସାପଟି ଯୁବକଙ୍କୁ ଦଂଶନ କଲା। ଯୁବକ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିଥିଲେ। ଲୋକେ ଏକାଠି ହୋଇଥିଲେ। ଏହାପରେ ଯୁବକ ସେହି ସାପକୁ ଧରି ପ୍ରଥମେ ଝଡ଼ାଫୁଙ୍କା କରିବାକୁ ଯିବା ସହ ମେଡ଼ିକାଲ ମଧ୍ୟ ଯାଇଥିଲେ। ଯୁବକଙ୍କୁ ଚିକିତ୍ସା କରିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

Comments are closed.