ସିଲିଣ୍ଡର ସହ ଘରକୁ ଆସିଲା ସାପ : ଲୋକେ ଭୟଭୀତ

ଗ୍ୟାସ ସିଲିଣ୍ଡର ଘରକୁ ଘର ବିତରଣ ହେବା ସାଧାରଣ କଥା । ମାତ୍ର ଆପଣ ଗ୍ୟାସ ଟାଙ୍କି ରଖିବା ସମୟରେ ସାବଧାନତା ଅବଲମ୍ବନ କରିବା ମଧ୍ୟ ଆବଶ୍ୟକ। କାରଣ ସିଲିଣ୍ଡର ସହ ସାପ ମଧ୍ୟ ଆସିପାରେ। ଏଭଳି ଏକ ଘଟଣା ହରିୟାଣାର ଫତେହାବାଦରେ ଘଟିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଫତେହାବାଦରେ ଜଣେ ବ୍ୟକ୍ତି ନିଜ ଘରକୁ ଆସିଥିବା ଗ୍ୟାସ ସିଲିଣ୍ଡର ରଖିବା ସମୟରେ ସେ ସିଲିଣ୍ଡର ଶେଷ ଭାଗରେ ସାପ ଗୁଡ଼ାଇ ହୋଇ ରହିଥିବା ଦେଖିଲେ।
ସାପଟି ଏଭଳି ସିଲିଣ୍ଡରରେ ଗୁଡ଼ାଇ ହୋଇ ରହିଥିବା ଦେଖି ସଭିଏଁ ଭୟଭୀତ ହୋଇ ଯାଇଥିଲେ। ସେଠାରେ ଭୟର ଏକ ବାତାବରଣ ସୃଷ୍ଟି ହୋଇଥିଲା। ଏହାପରେ ସମସ୍ତେ ସିଲିଣ୍ଡର ଠାରୁ ଦୂରରେ ରଖିବା ସହ ବନ୍ୟଜୀବ ସଂରକ୍ଷକ କର୍ମଚାରୀଙ୍କୁ ଖବର ଦେଇଥିଲେ। ଏହାପରେ ବନ୍ୟ ସଂରକ୍ଷକ କର୍ମଚାରୀ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ। ଓ କହିଥିଲେ ବର୍ଷା ଦିନରେ ସାପ ଏଭଳି ଭାବେ ବିଭିନ୍ନ ସ୍ଥାନ, ଘର ଓ କାର ଭିତରେ ରହିଯାଆନ୍ତି।

Comments are closed.