ଉଦ୍ଧାର କଲା ବେଳେ ଗୋଟେ ସାପ ; କିଛି ସମୟ ପରେ ୧୪

ଭୁବନେଶ୍ୱର : ଆଜି ସକାଳେ ରଘୁନାଥପୁର ପ୍ଲଟ ନଂ- ୩୦୯ ରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ଏକ କାଉଚିଆ ସାପ ଥିଲା, ସାପଟିକୁ ବ୍ୟାଗ ଭିତରେ ଭର୍ତ୍ତି କରିଥିଲେ ।ଘରେ ପହଞ୍ଚି ବ୍ୟାଗ ଖୋଲି ଦେଖିବା ବେଳକୁ ୧୦ ଟି ଛୁଆ । ଏହିପରି ମୋଟ ୧୩ ଛୁଆ ।
ସାପ ଛୁଆ ଜନ୍ମ ଦେବା ନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ” ଏହି ସାପ ଟି ଏକ ସାଧାରଣ ସାପ, ଏହାର ଇଂରାଜୀ ନାମ Smooth scaled water snake, ଏବଂ ବୈଜ୍ଞାନିକ ନାଁ Enhydris enhydris । ଓଡ଼ିଆରେ ଏହାକୁ କାଉଚିଆ ସାପ କହିଥାନ୍ତି । ଏମାନେ ଉଭୟ ମଧୁର ଜଳ ଏବଂ ଖାରି ଜଳ ରେ ବସବାସ କରିଥାନ୍ତି । ଓଡ଼ିଶାରେ ପ୍ରାୟ ସବୁ ଅଞ୍ଚଳରେ ଏଇ ସାପ ପାଣି ଅଞ୍ଚଳରେରେ ଦେଖା ଯାଆନ୍ତି” ।
ନାଗ ବା ଧଣ୍ଡ ସାପ ଆଦି ଅଣ୍ଡା ଦେଲା ପରେ କିଛି ଦିନ ଗଲା ପରେ ଅଣ୍ଡା ଫୁଟିବା ପରେ କୁନି କୁନି ଛୁଆ ସାପ ମାନେ ବାହାରକୁ ବାହାରି ଥାନ୍ତି । ହେଲେ ଏଇ କାଉଚିଆ ସାପଙ୍କ କ୍ଷେତ୍ରରେ ସିଧାସଳଖ ଛୁଆ ୪ ରୁ ୧୮ ଯାଏଁ ଛୁଆ ଜନ୍ମ ଦେବାର ରିପୋର୍ଟ ଅଛି । ଭୁବନେଶ୍ୱରରେ ଆଜି ଉଦ୍ଧାର ହୋଇଥିବା ସାପଟି ୧୩ ଟି ଛୁଆ ଜନ୍ମ ଦେଇଛି। ମା ଏବଂ ଛୁଆଙ୍କୁ ଏକାଠି ଏକ ଜଳାଶୟ ରେ ଛାଡି ଦିଆଯିବ । ତେବେ ସାପ ମାନଙ୍କ କ୍ଷେତ୍ରରେ ମା ମାନେ ଛୁଆଙ୍କର ଯତ୍ନ ନିଅନ୍ତି ନାହିଁ କିମ୍ବା ଶୀକାର କରିବା ଶିଖାନ୍ତି ନାହିଁ , ସେମାନେ ନିଜେ ନିଜେ ଶୀକାର କରିବା ଶିଖନ୍ତି ନଚେତ ଜୀବନ ଯୁଦ୍ଧରେ ହାରି ମୃତ୍ୟୁ ବରଣ କରନ୍ତି ବୋଲି ଶୁଭେନ୍ଦୁ ମଲ୍ଲିକ ପ୍ରକାଶ କରିଛନ୍ତି ।

Comments are closed.