ସବୁଠାରୁ ବିଷଧର ସାପ ଜନ୍ମ ଦେଲା ଏକାସହ ୩୩ ଛୁଆ

ସବୁଠାରୁ ବିଷଧର ସାପ ଭାବେ ଜଣାଶୁଣା ଚନ୍ଦନ ବୋଡ଼ା କୋମବାଟୋର ଚିଡ଼ିଆଖାନାରେ ୩୩ଟି ଛୁଆକୁ ଜନ୍ମ ଦେଇଛି। ଅନ୍ୟ ସାପ ତୁଳନାରେ ଏହା ଭିନ୍ନ ଅଟେ। ଏହାର ବିଶେଷତ୍ୱ ହେଉଛି ଏହା ଥରକେ ୪୦ ରୁ ୬୦ ଛୁଆଙ୍କୁ ଜନ୍ମ ଦେଇପାରେ। ଚିଡ଼ିଆଖାନାର ନିର୍ଦ୍ଦେଶକଙ୍କ ମତାନୁଯାୟୀ, ହାଲୀରେ ଆମ ଚିଡ଼ିଆଖାନାରେ ଚନ୍ଦନ ବୋଡ଼ା ୩୩ଟି ସାପ ଛୁଆକୁ ଜନ୍ମ ଦେଇଛି।ଏହାସହ କିଛି ବର୍ଷ ପୂର୍ବରୁ ଅନ୍ୟ ଏକ ସାପଟି ପ୍ରାୟ ୬୦ଟି ଛୁଆଙ୍କୁ ଜନ୍ମ ଦେଇଥିଲା। ଏହାପୂର୍ବରୁ ଜୁନରେ କୋମବାଟୋରର ନିକଟବର୍ତୀ ଅଂଚଳରୁ ଜଣେ ସାପ ଧରାଳୀ ଚନ୍ଦନ ବୋଡ଼ା ସାପକୁ ଉଦ୍ଧାର କରିଥିଲେ। ଏହି ଚନ୍ଦନ ବୋଡ଼ା ଭାରତରେ ଦେଖାଯାଉଥିବା ବିଷଧର ସାପମାନଙ୍କ ମଧ୍ୟରୁ ଗୋଟିଏ। ଚିଡ଼ିଆଘରର ନିର୍ଦ୍ଦେଶକଙ୍କ ମତାନୁଯାୟୀ, ଏହି ସମସ୍ତ ସାପଙ୍କୁ ସମ୍ଭାଳିବା ସହଜ ନହେଉଥିବାରୁ ଏମାନଙ୍କୁ ବନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ।