ଏଟିଏମ୍‌ ଭିତରୁ ବାହାରିଲା ବିଷଧର ସାପ, ପରେ ସାପଧରାଳୀ ସାପକୁ ଜଙ୍ଗଲରେ ଛାଡିଲେ

ଚେନ୍ନାଇ .-  ଏକ ଏଟିଏମ୍‌ରେ ଥିବା ବିଦ୍ୟୁତ କ୍ୟାବିନେଟ ଭିତରୁ ବିଷଧର ନାଗ ସାପ ଉଦ୍ଧାର କରାଯାଇଛି । ତାମିଲନାଡୁ କୋଏମ୍ବଟୁରରେ ଥିବା ଆଇଡିବିଆଇ ଏଟିଏମ୍‌ ଭିତରୁ ଏହି ସାପକୁ ଉଦ୍ଧାର କରାଯାଇଛି । ଲୋକମାନେ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ସାପକୁ ଦେଖିଥିଲେ । ସେମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ  ସୂଚନା ଦେଇଥିଲେ । ପରେ ସାପ ଧରାଳୀ ସାପକୁ ଉଦ୍ଧାର କରିଥିଲେ । ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

କେରଳର କନ୍ନୁରର ମାୟଇଲ କଣ୍ଡାକାଇରେ ଥିବା ଏକ ବୁଥ୍‌ରେ ଭିଭିପାଟ ମେସିନ୍‌ ମଧ୍ୟରୁ ସାପ ବାହାରିଥିବା ଖବର ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

Comments are closed.