ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରୁ ନାଗସାପ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସୂଚନା ବିଜ୍ଞାନ କେନ୍ଦ୍ର ପରିସରରୁ ୨ଟି ବଡ଼ ନାଗ ସାପ ଉଦ୍ଧାର କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଚିତ୍ତରଞ୍ଜନ ପାତ୍ର ୨ଟି ନାଗ ସାପକୁ ଉଦ୍ଧାର କରି ନିକଟସ୍ଥ ସୁରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଅଫିସରେ ନାଗ ସାପ ପଶିିଥିବା ଦେଖି କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଶ୍ରୀ ପାତ୍ର ବିନା ତାଲିମରେ ସେହି ୨ଟି ନାଗ ସାପକୁ ସୁରକ୍ଷିତ ଭାବେ ଧରି ଥିବାରୁ ଅଫିସର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପ୍ରଶଂସା କରିଛନ୍ତି।

Comments are closed.