ଜଳଖିଆ ପ୍ରସ୍ତୁତ କରିବାକୁ ରୋଷଇ ଘରକୁ ଯାଇଥିଲେ ମହିଳା ; ଟୋଷ୍ଟର ନିକଟରୁ ବାହାରିଲା ବିଷାକ୍ତ ସାପ

ଥରେ ଭାବନ୍ତୁ, ଯଦି ଆପଣ ସକାଳର ଜଳଖିଆ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରୋଷଇ ଘରକୁ ଯାଆନ୍ତି ଏବଂ ପାଉଁରୁଟି ପ୍ରସ୍ତୁତ କରିବା ପାଇଁ ଟୋଷ୍ଟର କାଢନ୍ତି। ସେହି ସମୟରେ ଟୋଷ୍ଟର ପଛରୁ ଏକ ବିଷାକ୍ତ ସାପ ବାହାରେ ତେବେ ଆପଣଙ୍କ ଅବସ୍ଥା କ’ଣ ହେବ। ଭାବିଲେ ମଧ୍ୟ ଭୟ ଲାଗୁଛି। ଏଭଳି ଏକ ଘଟଣା ଅଷ୍ଟ୍ରେଲିଆରେ ଘଟିଥିବା ଜଣାପଡ଼ିଛି। ଜଣେ ମହିଳା ରୋଷଇ ଘରେ ଟୋଷ୍ଟ ତିଆରି ପାଇଁ ଗଲା ବେଳେ ଟୋଷ୍ଟର ପଛରେ ସାପ ଦେଖି ଭୟଭୀତ ହୋଇପଡ଼ିଥିଲେ।
ମହିଳା ଟୋଷ୍ଟରରେ ପାଉଁରୁଟି ପ୍ରସ୍ତୁତ କରିବା ପାଇଁ ଯିବା ବେଳେ ହଠାତ ଏକ ସାପଟି ବାହାରି ଆସିଥିଲା। ଏହି ସାପଟି ରେଡ ବେଲିଡ ପ୍ରଜାତିର ବୋଲି ଜଣାପଡ଼ିଥିଲା। ଯାହା ଅଷ୍ଟ୍ରେଲିଆର ଏକ ବିଷାକ୍ତ ସାପ ଭାବରେ ପରିଗଣିତ ହୋଇଥାଏ।
ସାପକୁ ଦେଖିବା ମାତ୍ରେ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ସ୍ତବ୍ଧ ହେବା ସହ ସାପ ଯେପରି ତାଙ୍କୁ ଆକ୍ରମଣ କରିବ ନାହିଁ ସେଥିପାଇଁ ସେ ଶାନ୍ତ ହୋଇ ରହିଲେ। ଏହାପରେ ମହିଳାଙ୍କ ପରିବାର ସାପ ଧରାଳିଙ୍କୁ ଡାକିଥିଲେ। ସାପ ଧରାଳି କର୍ମଚାରୀ ମାନେ ଏହାସହ ଏହି ଘଟଣା ବିଷୟରେ ଫଟୋ ସହ ସୋସିଆଲ ମିଡ଼ିଆରେ ଶେୟାର ମଧ୍ୟ କରିଥିଲେ।
ସାପ ଧରାଳୀଙ୍କ ମତାନୁସାରେ ସାପକୁ ଦେଖି ବିଚଳିତ ହେବା ମାତ୍ରେ ସେମାନେ କାମୁଡିବାରେ ସକ୍ଷମ ହୁଅନ୍ତି।
ମହିଳା ଓ ତାଙ୍କ ପରିବାରଙ୍କ ମତାନୁଯାୟୀ ସାପଟି ଛୋଟ ଥିଲା ମାତ୍ର ବିଷାକ୍ତ ଥିଲା। ସେହି ସମୟରେ ସାପକୁ ଦେଖି ଘରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ରୋଷେଇ ଘରକୁ ଲାଗିଥିବା ଝରକା ଦେଇ ସାପଟି ଆସି ଟୋଷ୍ଟର ପଛରେ ଲୁଚି ରହିଥିଲା।