ସାପ କାମୁଡ଼ାରେ ଦମ୍ପତି ମୃତ, ନାତି ଗୁରୁତର

କିଶୋରଗଞ୍ଜ : ସାପ କାମୁଡ଼ାରେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଥାନା ପାଇକସାହିରେ ଶୁକ୍ରବାର ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତି ଗୁରୁତର ହୋଇଛି। ମୃତକ ହେଲେ ଭୋଳା ଗୋଚ୍ଛାୟତ(୬୫) ଓ ତାଙ୍କ ପତ୍ନୀ ସାବିତ୍ରୀ ଗୋଚ୍ଛାୟତ(୬୧)। ଗୁରୁତର ନାତି ବିଭୂତି ଗୋଚ୍ଛାୟତ(୮) ବୋଲି ଜଣାଯାଇଛି।
ଭୋଳା ତାଙ୍କ ପତ୍ନୀ ସାବିତ୍ରୀ ଓ ନାତି ବିଭୂତିକୁ ନେଇ ଘରେ ଶୋଇଥିବା ବେଳେ ଏକ ସାପ ଗତ ବିଳମ୍ବିତ ରାତିରେ ପ୍ରଥମେ ଭୋଳା ଏବଂ ପରେ ସାବିତ୍ରୀ ଓ ବିଭୂତିଙ୍କ ଗୋଡ଼କୁ କାମୁଡ଼ି ଦେଇଥିବା ଜଣାଯାଇଛି। ଏହା ଜଣା ପଡ଼ିବା ପରେ ସେମାନଙ୍କୁ ଆଜି ସକାଳେ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଭୋଳା ଓ ସାବିତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ବିଭୂତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଠାକୁରଗଡ଼ ପୁଲିସ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଦୁଇଟି ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Comments are closed.