ସାପ କାମୁଡ଼ାରେ ବାପା ମୃତ, ଝିଅ ଗୁରୁତର

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ବୁଡାମରା(ଉଦାଳି) ଗ୍ରାମରେ ସାପ କାମୁଡାରେ ବାପାର ମୃତ୍ୟୁ ହୋଇଥିଲାବେଳେ ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ବାପା ମୁରଲି ଗୋଛାୟତ (୪୬) ଓ ଝିଅ ଲିପ୍ସା ଗୋଛାୟତ(୧୩) । ସୂଚନା ମୁତାବକ, ଗୁରୁବାର ରାତିରୁ ଉଭୟଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା ମାତ୍ର ବାପ-ଝିଅ ସକାଳ ହେବା ପର୍ୟ୍ୟନ୍ତ କିଛି ଜାଣି ପାରି ନଥିଲେ। ପ୍ରଥମେ ମୁରଲିଙ୍କ ଦେହ ଖରାପ ହେବାରୁ ତାଙ୍କୁ ପରିବାର ଲୋକେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ନେଇଥିଲେ। ପରେ ଝିଅ ଲିପ୍ସାକୁ ମଧ୍ୟ ଡାକ୍ତର ଖାନା ନିଆଯାଇଥିଲା। ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ବାପର ମୃତ୍ୟୁ ହେବାରୁ ଆମ୍ବୁଲାନ୍ସଟି ବେତନଟୀ ଡାକ୍ତରଖାନାରେ ବାପାର ମୃତଦେହ ଛାଡି ଝିଅକୁ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲା। ଏହି ଦୁଃଖଦ ଖବର ଜାଣିଲା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗରିବ ପରିବାରକୁ ସରକାରୀ ସାହାଯ୍ୟ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.