ସର୍ପାଘାତରେ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ବୁଧବାର ସର୍ପାଘାତରେ ଜଣେ ୧୪ ବର୍ଷୀୟା ଝିଅର ମୃତ୍ୟୁ ହୋଇଛି। ନାବାଳିକା ଗାୟତ୍ରୀ ନାୟକ ଆପୋଲୋ ହସ୍ପିଟାଲର ସାମ୍ନା ବସ୍ତିରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଏନେଇ ଗାୟତ୍ରୀ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ପରିବାର ସଦସ୍ୟ ଏହାକୁ ସହଜରେ ଗ୍ରହଣ କରିଥିଲେ। ଯାହାଦ୍ବାରା ନାବାଳିକାଙ୍କ ଜୀବନ ଜାଇଥିବା ସୂଚନା ମିଳିଛି।

Comments are closed.