ସାପ କାମୁଡାରେ ନାବାଳିକା ମୃତ

0

ରାୟଗଡ : ଗଜପତି ଜିଲା ରାୟଗଡ ଥାନା ଅନ୍ତର୍ଗତ ଡେକୁସାହି ଗ୍ରାମର ଗୋର୍ଷାଙ୍ଗ ଦଳାଇଙ୍କ ଝିଅ ମୁନୀ ଦଳାଇଙ୍କର ସାପୁ କାମୁଡାରେ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ସମୟରେ ଘର ମଧ୍ୟରେ ସାପ ପଶି ଯାଇଥିଲା। ସାପଟି ମୁନୀର ବାମ ଗୋଡ କାମୁଡି ଦେଇଥିଲା। ସକାଳେ ମୁନୀକୁ ରାୟଗଡ ଡାକ୍ତରଖାନା ନେଇଥିଲେ, କିନ୍ତୁ ଡାକ୍ତର ମୁନୀକୁ ମୃତ ଘୋଷଣା କରିଥିଲେ। ରାୟଗଡ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳ ସମେତ ମୁନୀର ବିଦ୍ୟାଳୟରେ ଶୋକର ଛାୟା ଖେଳାଇ ଦେଇଛି।

Leave A Reply