ସାପ କାମୁଡାରେ ଯୁବକ ମୃତ

ମୁରିବାହାଲ : ମୁରିବାହାଲ ଥାନା ପତ୍ରାପାଲି (କ) ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାରିପଡା ଗ୍ରାମର ମୁରଲୀ ଜାନୀଙ୍କ ପୁଅ ବିମୁକେସ ଜାନୀ (୨୩)ଙ୍କ ବିଲମ୍ବିତ ରାତିରେ ସାପ କାମୁଡାରେ ମୃତ୍ୟୁ ହେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ରାତିରେ ଘରେ ତଳେ ଶୋଇଥିବା ବେଳେ କଲେର ସାପ କାମୁଡ଼ି ଥିବା ଜାଣି ପ୍ରଥମେ ଝଡାଫୁଙ୍କା କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଟିଟିଲାଗଡ ଡାକ୍ତରଖାନାକୁ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ବିମୁକେସଙ୍କ ୨ବର୍ଷ ପୂର୍ବେ ବାହାଘର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଏକ ୩ମାସର ଛୁଆ ଥିବା ଖବର ମିଳିଛି। ଏନେଇ ମୁରିବାହାଲ ଥାନା ପୁଲିସ ଶବ ଜବତ କରି କେଶ ନଂ ୦୫/୨୦ରେ ଏକ ଅପମୃତ୍ୟୁ ମାମଲା ରଜୁ କରି ଅଧିକ ତଦନ୍ତ କରୁଥିବା ମୁରିବାହାଲ ଥାନା ଏସ.ଆଇ ସଂଯୁକ୍ତା ପ୍ରଧାନ ପ୍ରକାଶ କରିଛନ୍ତି।

 

 

 

Comments are closed.