ସାପ କାମୁଡାରେ ମହିଳା ମୃତ

ବୌଦ୍ଧ: ସାପ କାମୁଡାରେ ଜଣେ ମହିଳାଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ମୁତାବକ, ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ମଧୁପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହୀଙ୍କ ପରିବାର ଗତକାଲି ରାତିରେ ଘରେ ଶୋଇଥିବାବେଳେ ଏକ ଚିତି ସାପ ରାମକୃଷ୍ଣଙ୍କ ପତ୍ନୀ ରାଧାଦେବୀ ପାଣିଗ୍ରାହୀଙ୍କୁ କାମୁଡି ଦେଇଥିଲା। ଘରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ପରିବାରଲୋକ ତାଙ୍କୁ ବୌଦ୍ଧ ମୁଖ୍ୟଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି।

Comments are closed.