ଦଂଶୀ ଥିବା ସାପକୁ ଧରି ମେଡିକାଲରେ ପହଞ୍ଚିଲା ଯୁବକ

ମାଲକାନଗିରି : ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ମାଲକାନଗିରି ଜିଲାର ଏମଭି ୬୩ ଗ୍ରାମର ପାର୍ଥ ଶଙ୍କର ନାମକ ଜଣେ ଯୁବକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଏକ ସାପ ଦଂଶୀ ଥିଲା। ଯୁବକଙ୍କ ଶରୀରର ଦୁଇ ସ୍ଥାନକୁ ସାପ ଦଂଶୀ ଥିବା ଜଣାପଡିଛି । ଏଥିରେ ଯୁବକ ଜଣଙ୍କ ବିଚଳିତ ନହୋଇ ଚିକିତ୍ସା ପାଇଁ ଉକ୍ତ ସାପକୁ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା । ଚିକିତ୍ସାଳୟରେ ଉପସ୍ଥିତ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଏହି ଦୃଶ୍ୟ ଦେଖି ଚକିତ ହୋଇଥିଲେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.