ସାପ କାମୁଡାରେ ଛଅ ବର୍ଷର ବାଳକ ମୃତ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଞ୍ଚାତ ରାଉତପଡା ଗ୍ରାମର ବନମାଳୀ ଭୋଇଙ୍କ ଛଅ ବର୍ଷର ପୁଅର ଶନିବାର ସାପକାମୁଡାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ଜଣାଯାଏ ଯେ ଆଜି ସକାଳେ ବନମାଳୀଙ୍କ ଛଅ ବର୍ଷର ଶିଶୁ ପୁତ୍ର ଗାଁ ଦାଣ୍ଡରେ ଖେଳୁଥିବାସମୟରେ ଏକ ବିଷଧର ସାପ ତାକୁ କାମୁଡିଥିଲା। ପିଲାର ଅସ୍ୱାଭାବିକ ଅବସ୍ଥା ଦେଖି ପରିବାର ଲୋକେ ପ୍ରଥମେ ତାଙ୍କୁ ପ୍ରଥମେ ହରଭଙ୍ଗା ମେଡିକାଲ ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ପିଲାଟିର ମୃତ୍ୟୁ ଘଟିଥିବା ଜଣାପଡିଛି। ଗାଁରେ ଶିଶୁର ମୃତଦେହ ପହଞ୍ଚିବା ପରେ ସେଠାରେ ଶୋକରଛାୟା ଖେଳିଯାଇଛି। ତୁରନ୍ତ ମୃତକଙ୍କ ପରିବାରରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Comments are closed.