ସର୍ପାଘାତରେ ଜଣଙ୍କର ମୃତ୍ୟୁ

ପାଟଣା : ଘଟଗାଁ ବ୍ଲକ ଢେଙ୍କିକୋଟ ଭାଲୁହୁଡି ସାହିରେ ସର୍ପାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗ୍ରାମର ପ୍ରଫୁଲ୍ଲ ନାୟକ(୫୬) । ଗତକାଲି ବିଳମ୍ବିତ ରାତିରେ ଘର ପାଖରେ ତାଙ୍କୁ ଏକ ଗୋଖର ସାପ କାମୁଡି ଦେଇଥିଲା। ପ୍ରବଳ ବର୍ଷା ହେଉଥିବା ଯୋଗୁଁ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥିଲା। ଫଳରେ ପ୍ରଫୁଲ୍ଲଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କିକୋଟ ପୁଲିସ ଶୁକ୍ରବାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ପଠାଇଛି ।

Comments are closed.