ସାପ କାମୁଡ଼ାରେ ଯୁବକ ମୃତ

ମୁଖୀଗୁଡା: ଜୟପାଟଣା ଥାନା ଅନ୍ତର୍ଗତ ବଡକରଲାକୋଟ ଗ୍ରାମରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଗୋବର୍ଦ୍ଧନ ପୁଝାରି (୩୫)। ଗୁରୁବାର ଦିନ ପ୍ରାୟ ୨ଟା୩୦ ସମୟରେ ଗୋବର୍ଦ୍ଧନ ନିଜ ଖଳାରେ ଥିବା କୁଡ଼ିଆରେ ରଖିଥିବା ବ୍ୟାଗରୁ କିଛି ସାମଗ୍ରୀ କାଢୁଥିବା ବେଳେ ବ୍ୟାଗରେ ଥିବା ନାଗ ସାପ ତାଙ୍କୁ କାମୁଡିଥିଲା। ସନ୍ଧ୍ୟାରେ ତାଙ୍କୁ ଜୟପାଟଣା ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋବର୍ଦ୍ଧନଙ୍କର ମୃତ୍ୟୁ ହୋଇଥିଲା। ଆଜି ମୃତ ଗୋବର୍ଦ୍ଧନଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଜୟପାଟଣା ଥାନାରେ ଏଜ ମାମଲା ରୁଜୁ କରାଯାଇଛି।

Comments are closed.