ଶୋଇଥିବା ବେଳେ ବେକରେ ଗୁଡେଇ ହୋଇଗଲା ନାଗ ; ପାଟି କରିବାରୁ ଚୋଟ ମାରିଲା

ମୁମ୍ବଇ : ମହାରାଷ୍ଟ୍ରର ୱାର୍ଦ୍ଧା ଜିଲା ବୋରାଖେଡି ଗାଁରେ ଶୋଇଥିବା ସମୟରେ ଜଣେ ୭ବର୍ଷର ଝିଅ ବେକରେ ନାଗ ସାପ ଗୁଡେଇ ହୋଇ ରହିବା ସହ ତାକୁ ଚୋଟ ମାରିଛି। ଝିଅଟି ତଳେ ଶୋଇଥିଲା ବେଳେ ରାତି ପ୍ରାୟ ୧୧ଟା ବେଳେ ନାଗ ସାପ ଘରେ ପଶି ତା’ର ବେକରେ ଗୁଡାଇ ହୋଇଯାଇଥିଲା। ସାପଟି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଗୁଡେଇ ହୋଇରହିଥିଲା। ବାପା, ମା ଓ ପରିବାର ଲୋକେ ଏହା ଦେଖି ଉପାୟଶୂନ୍ୟ ହୋଇପଡିଥିଲେ। ସାପକୁ ଧରିବା ଲାଗି ସାପ ଧରାଳିଙ୍କୁ ଡକା ଯାଇଥିଲା। ତେବେ ସାପ ଧରାଳି ମଧ୍ୟ ଉପାୟଶୂନ୍ୟ ରହିଥିଲେ। ଏହା ମଧ୍ୟରେ ଝିଅ ନିଦ ଭାଙ୍ଗି ଯିବାରୁ ସେ ପାଟି କରିଥିଲା। ଝିଅଟି ପାଟି କରିବାରୁ ସାପଟି ତାକୁ ଚୋଟ ମାରିଥିଲା ଓ ବେକରୁ ବାହାରି ପଳାଇଥିଲା। ଝିଅଟି ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

Comments are closed.