ସର୍ପାଘାତରେ କୃଷକ ମୃତ

ବାଙ୍କୀ : ଗୁରୁବାର ଦିନ ସକାଳେ ସ୍ଥାନୀ ଓସ୍ତିଆ ଗ୍ରାମର ଗୌରାଙ୍ଗ ନାଏକ(୫୦) ନିଜ ବିରି ବିଲକୁ କାମ କରିବା ପାଇଁ ଯାଇଥିଲାବେଳେ ବିଶଧର ନାଗ ସାପର ଆଘାତରେ ଗୁରୁତର ହୋଇଥିଲେ। ଖବର ପାଇ ପରିବାର ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରାଙ୍କ ସୂତ୍ରରୁ ସୂଚନା ମିଳିଛି। ସର୍ପାଘାତରେ ମୃତ୍ୟୁ ହୋଇଥିବା ଗୌରାଙ୍ଗ ନାଏକ ଅନୁସୂଚୀତ ବର୍ଗର ଜଣେ ଦିନ ମଜୁରୀଆ ଓ କୃଷକ ଅଟନ୍ତି। ତାଙ୍କର ଅକାଳ ବିୟୋଗରେ ପରିବାର ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments are closed.