ସାପ କାମୁଡାରେ ଯୁବକ ମୃତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅର୍ନ୍ତଗତ ମଥୁରା ଗ୍ରାମରେ ସାପ କାମୁଡାରେ ମଙ୍ଗଳବାର ସକାଳେ ଜନୈକ ଯୁବକଙ୍କ ବୌଦ୍ଧ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୂ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଲେ ମଥୁରା ଗ୍ରାମର ଗଣେଷ ମେହେରଙ୍କ ବଡ ପୁଅ ୱାରକଲ ମେହେର(୧୮)। ସୂଚନା ଅନୁସାରେ ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ୱାରକଲଙ୍କୁ କୌଣସି ଏକ ବିଷଧର ସାପ କାମୁଡିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ଭୋର ସକାଳୁ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ଭର୍ତୀ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ୱାରକଲ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଜଣାପଡିଛି। ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି।

Comments are closed.