ମାଛ ପାଇଁ ମଣିଷ ସହ ବନ୍ଧୁତା, ଆମିଷ ବାରରେ ବନ୍ଧୁଙ୍କ ମାଛ ଦୋକାନ ବୁଲି ଆସୁଛନ୍ତି ୫ ସାପ

ଭୁବନେଶ୍ଵର : ଗତ କିଛି ଦିନ ହେବ କଟକ ଜିଲାର ବାଙ୍କୀ ସବଡିଭିଜନ ରେ ବିସ୍ମିତ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଏକ ମାଛ ବ୍ୟବସାୟୀ ସହ କିଛି ଧଣ୍ଡ ସାପ ମାନଙ୍କ ସମ୍ପର୍କ । ସୂଚନାଯୋଗ୍ୟ ମାଛ ବ୍ୟବସାୟୀ ଯୁଧିଷ୍ଠୀର ବାବୁ ପେଶା ରେ ଜଣେ ଟେଲର, ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ସ୍ଥିତ ଏକ ଭଡା ଦୋକାନ ଘରେ ଟେଲର କାମ କରି ନିଜ ପରିବାର ଚଳାଉଥିଲେ କିନ୍ତୁ କୋରନା ମହାମାରୀ ଆସିବା ଦିନ ଠାରୁ ତାଙ୍କ ପୂର୍ବ ଟେଲରିଂ କାମ ଠପ୍ ହେଇଯିବାରୁ ସେ ଏକ ବିକଳ୍ପ ପନ୍ଥା ଯେମିତିକି ସେହି ବଜାର ରେ ମାଛ ଓ ଚିଙ୍ଗୁଡ଼ି ବ୍ୟବସାୟ ଆରମ୍ଭ କରିଥିଲେ।

ମାଛ କାଟିଲା ପରେ ମାଛ ର ପୁଟା ଓ ଗାଲିସି କୁ ସେ ଅନ୍ୟତ୍ର ଫୋପାଡ଼ି ଦିଅନ୍ତି । କିନ୍ତୁ ତାଙ୍କ ଅଜଣାତା ସେଗୁଟିକୁ ବିଲେଇ ଖାଇବା ବଦଳ ରେ ଧଣ୍ଡ ସାପ ଖାଇଯାନ୍ତି। ତେବେ ସେଠିକାର ସ୍ଥାନୀୟ ବ୍ୟକ୍ତି ଆଧ୍ୟାପକ ବିରବର ହରିଚନ୍ଦନ ସେଠାକୁ ସବୁବେଳେ ମାଛ କିଣିବାକୁ ଯାଆନ୍ତି । ସିଏ ହିଁ ଏହି ବିରଳ ଘଟଣା କୁ ପ୍ରଥମେ ଜାଣିବାକୁ ପାଇଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କଲାପରେ ସେ ଜାଣିବାକୁ ପାଇଲେ ଗୋଟେ ଧଣ୍ଡ ସାପ ନୁହେଁ ୪ ରୁ ୫ ଟି ଧଣ୍ଡ ସାପ ସେଠାକୁ ଆସୁଛନ୍ତି ।

ଏ ସମ୍ପର୍କରେ ସେ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ଜାଣିବାରୁ ସେ ଗତ ଶୁକ୍ରବାର ଦିନ ସକାଳେ ସେଠାରେ ପହଞ୍ଚି ଏକ ଘଣ୍ଟା ଧରି ଅନୁଧ୍ୟାନ କରି ଜାଣିଲେ ଯେ ଏଠାରେ ୫ ଟି ରୁ ଉର୍ଦ୍ଧ ଧଣ୍ଡ ସାପ ଓ ଢାମଣା ସାପ ଅଛି। ଯେ ସାପ କୁ ଏଠି ସାଧରଣ ଲୋକ ଡରୁନାହଁନ୍ତି ବରଂ ସାପ ଆମ ପାଇଁ ଉପକାରୀ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ମତ ପାଇଥିଲେ। ତେବେ ଏ ସମ୍ପର୍କରେ ଲିଲତ ସ୍ନେକ ହେଲ୍ପ ଲାଇନ ର ସଂମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଲଳିତଙ୍କୁ ଠୁ ଏ ସମ୍ପର୍କରେ ଖବର ପାଇ ନିଜର କୌତୁହଳ କୁ ଦମନ କରି ନପାରି ଗତ ରବିବାର ଦିନ ଧାଇଁଗଲେ ବାଙ୍କୀ । ସ୍ଥାନୀୟ ଲୋକ ହରିଚନ୍ଦନ ବାବୁ,ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ଓ ସଦସ୍ୟ ଦୃଗା ମାଧବ କୁ ନେଇ ଏକ ଟିମ ପ୍ରସ୍ତୁତ କରି ରବିବାର ସକାଳେ ସେଠାରେ ପହଞ୍ଚି ସାପ ର ଗତି ବିଧି ଉପରେ ନଜର ରଖିଥିଲେ ।

ତେବେ ମାଛ ବିକ୍ରୀ ହେଉଥିବା ଦିନ ଅର୍ଥାତ ବୁଧ, ଶୁକ୍ର ଓ ରବିବାର ଏଇ ୩ ଦିନ ହିଁ ସେଇ ଧଣ୍ଡ ମାନେ ହି ସେଇ ସ୍ଥାନକୁ ଆସୁଛନ୍ତି । ଅନ୍ୟ ଦିନ ମାନଙ୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଠିକ ସେଇ ସମୟରେ ସେହି ସ୍ଥାନରେ ଆଉ ସାପଙ୍କୁ ପାଉ ନାହାନ୍ତି । ସତେ ଯେମିତି ମାଛ ବିକୁଥିବା ଯୁଧିଷ୍ଠିର ପ୍ରଧାନଙ୍କ ସହ ଧଣ୍ଡ ସାପ ମାନଙ୍କର ଏକ ଭାଵ ଗତ ସମ୍ପର୍କ ଯୋଡି ହେଇ ଯାଇଛି । ଯେଉଁଦିନ ଯୁଧିଷ୍ଠିର ଆସିବେ, ସାପ ମାନେ ଆସିବେ । ଆଉ ଯେଉଁଦିନ ଯୁଧିଷ୍ଠିର ଆସିବେ ନାହିଁ, ସାପ ମାନେ ବି କୁଆଡେ କେଜାଣି ଲୁଚି ଯାଆନ୍ତି ।

ସାପ ଓ ମଣିଷ ର ଲଢେଇ ସାରା ବିଶ୍ୱରେ ଦେଖା ଯାଏ । କିନ୍ତୁ ସାପ ସହ ମଣିଷ ର ଭଲ ପାଇବା ସମର୍କ ହୁଏତ ଏହା ବିଶ୍ୱ ରେ ପ୍ରଥମ । ୫ ଟି ଧଣ୍ଡ ସାପ ଆଉ ସେମାନଙ୍କୁ ଖାଇବାକୁ ଦେଇ ତାଙ୍କର ବନ୍ଧୁ ପାଲଟିଥିବା ଯୁଧିଷ୍ଠିର କିନ୍ତୁ ଏହି ଅସମ୍ଭବ କୁ ସମ୍ଭବ କରାଇ ଚର୍ଚ୍ଚାରେ । ଏନେଇ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି ‘ଧଣ୍ଡ ସାପ ମାନେ ମଲା ମାଛ ବା ଶୁଖୁଆ ଇତ୍ୟାଦି ପଡ଼ିଥିଲେ ଖାଇବାର ନଜିର ଆଗରୁ ଅଛି । ଏହାକୁ ଇଂରାଜୀରେ ସ୍କାଭେଜିଂ କୁହାଯାଏ । ଧଣ୍ଡ ସାପ ମାନେ ସାଧାରଣତଃ ଡ୍ରେନ ମାନଙ୍କରେ ଚଳ ପ୍ରଚଳ କରିବାକୁ ଏଥିପାଇଁ ପସନ୍ଦ କରନ୍ତି କାରଣ, ଡ୍ରେନ ରେ ପାଣି ରହିଲା, ମାଛ ରହିଲେ, ମୂଷା ଏବଂ ବେଙ୍ଗ ମଧ୍ୟ ରହିଲେ । ତେବେ ଏଠାରେ ଯୁଧିଷ୍ଠିର ବାବୁ ମାଛ ର ପୁଟି, ଗାଲିସି ଇତ୍ୟାଦି ଫୋପାଡ଼ି ଦିଅନ୍ତି ତାକୁ ଖାଇବାକୁ ମଣିଷର ଏତେ ପାଖକୁ ୫ ଟି ଧଣ୍ଡ ସାପ ଆସିବା ହୁଏତ ପ୍ରଥମ ଘଟଣା‘ ।

ତେବେ କେବଳ ମାଛ ବିକ୍ରୀ ଦିନ ୩-୪ ଘଣ୍ଟା ହିଁ ସେହି ସାପ ମାନେ ଆସନ୍ତି ଏବଂ ଅନ୍ୟ ଦିନ ବା ସମୟରେ ସେଠାରେ ଗାୟବ ହେଇଯାନ୍ତି । ଏହି ଘଟଣାର ବୈଜ୍ଞାନିକ ବିଶ୍ଳେଷଣ କରିବାକୁ ଶୁଭେନ୍ଦୁ ମଲ୍ଲିକ କୁହନ୍ତି ‘ସାପ ମାନେ ବାୟୁ ଦ୍ୱାରା ପ୍ରବାହିତ ତରଙ୍ଗ ବା ଶବ୍ଦ କୁ ଶୁଣିପାରନ୍ତି ନାହିଁ, କାରଣ ତାଙ୍କର ବାହ୍ୟ କାନ ନାହିଁ । ତେବେ ଗ୍ରାଉଣ୍ଡ ଭାଇ ବ୍ରେସନ ସାପ ମାନେ ବେଶ ଭଲ ଭାବରେ ଏବଂ ଅତି ସହଜରେ ବାରି ପାରନ୍ତି । ମାଛ ଦୋକାନୀ ଯେଉଁ ନିର୍ଦିଷ୍ଟ ବାର ବା ସମୟରେ ଆସି ନିଜର ପସରା ସେଠାରେ ମେଲାନ୍ତି, ତା ପରେ ଗରାଖ ମାନଙ୍କ ମଧ୍ୟ ଗତିବିଧି ସେହି ସ୍ଥାନରେ ବଢିଥାଏ । ଅର୍ଥାତ ଯେଉଁ ସ୍ଥାନରେ ଅନ୍ୟ ବାର ବା ଦିନ ରେ ଆଦୌ କିଛି ଗତିବିଧି ହୋଇନଥାଏ, ସେହି ସ୍ଥାନରେ ବୁଧବାର, ଶୁକ୍ରବାର, ଓ ରବିବାର ଦିନ ସକାଳ ୬.୩୦ ବେଳକୁ ଗରାଖ ଏବଂ ଦୋକାନୀଙ୍କ ଉପସ୍ଥିତି ହେତୁ ଏକ ଛୋଟ ସ୍ଥାନ ରେ ଗ୍ରାଉଣ୍ଡ ଭାଇବ୍ରେସନ ଯଥେଷ୍ଟ ଅଧିକ ହୋଇଯାଇଥାଏ । ସେହି ଭାଇବ୍ରେସନ କୁ ବାରି ପାରି ଧଣ୍ଡ ସାପ ମାନେ ଠିକ ଦୁର୍ୟ୍ୟୋଧନ ବାବୁ ତାଙ୍କ ମାଛ ପସରା ମେଲାଇବା ମାତ୍ରେ ଜାଣି ପାରି ବିନା ପରିଶ୍ରମ ବା ଶୀକାର ରେ ମିଳୁଥିବା ଖାଦ୍ୟ ଅର୍ଥାତ ମାଛ ପୁଟି, ବା ଗାଲି ଖାଇବା ପାଇଁ ଚାଲି ଆସନ୍ତି ।‘.

Comments are closed.