ସାତ ଫୁଟର ଅଜଗର ସାପ ଉଦ୍ଧାର

0

ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ମର୍କାଣ୍ଡେଇ ବେହେରା ସାହିରୁ ଏକ ସାତ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି । ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ ମତ୍ସ୍ୟଜୀବୀ ମାନେ ଜାଲ ପକାଇଥିବା ବେଳେ ଏହି ସାପଟି ଜାଲରେ ଲାଗିଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ ଓ ପିପୁଲ ଫର୍ ଆନିମଲ୍ ର ସଦସ୍ୟ ତାରା ପ୍ରସାଦ ଦାସ୍, ସୁଶାନ୍ତ କୁମାର ମହାଙ୍କୁଡ ମିଲିତ ଭାବେ ଅଜଗର ଟିକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗର ନିର୍ଦ୍ଦେଶ କ୍ରମେ ମହୁରୀ କାଲୁଆ ଜଙ୍ଗଲରେ ଏହି ସାପକୁ ଛାଡାଯାଇଥିବା ଜଣାପଡିଛି ।

Leave A Reply