ସାପ କାମୁଡା ରୋଗୀଙ୍କୁ ମେଡିକାଲ ନିକଟରେ ଝଡାଫୁଙ୍କା

0

ଅନୁଗୁଳ: ଅନୁଗୁଳରେ ବାରମ୍ବାର ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ସୋମବାର ସକାଳେ ନୁଆସାହିର ଝୁନା ଭୁତିଆ ତାଙ୍କ ଘରେ ରଖା ଯାଇଥିବା ତେଲ ପ୍ଲେଟ ଆଣିବା ସମୟରେ ଏକ ଚିତି ସାପ ଡାହାଣ ହାତର ଆଙ୍ଗୁଠିରେ କାମୁଡି ଦେଇଥିଲା। ଝୁନାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଅନୁଗୁଳ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡିକାଲରେ ଚିକିତ୍ସା କରିବା ପରେ ପରିବାର ଲୋକ ଛେଣ୍ତିପଦାର ଚାରିବାଟରେ ରହୁଥିବା ଜଣେ ଗୁଣିଆକୁ ଡାକିଥିଲେ। ମେଡିକାଲ ପରିସରରେ ଗୁଣିଆ ଜଣକ ଝୁନାଙ୍କୁ ଅଟୋ ଭିତରେ ଝଡାଫୁଙ୍କା କରିଥିଲେ ।
ଛେଣ୍ତିପଦା ମେଡିକାଲରେ ଡାକ୍ତର ଅଭାବ ଓ ଚିକିତ୍ସାରୁ ବଞ୍ଚିତ ହେଉଥିବା ଅଞ୍ଚଳବାସୀମାନଙ୍କ ଡାକ୍ତରୀ ଚିକିତ୍ସା ଉପରୁ ବିଶ୍ବାସ ଉଠିବା‌ରେ ଲଗିଛି। ଏହି ଘଟଣା ନିନ୍ଦନୀୟ ବୋଲି ବିଭିନ୍ନ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା କରାଯାଉଛି।

Leave A Reply