ସାପ କାମୁଡାରେ ପୁଅ ମୃତ, ମାଆ ଆହତ

0

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କନସୁକା ଗ୍ରାମରେ ସାପ କାମୁଡାରେ ପୁଅର ମୃତ୍ୟୁ ହୋଇଥିଲାବେଳେ ମାଆ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛିି। ଖବରଅନୁସାରେ ଶନିବାର ରାତିରେ କନସୁକା ଗ୍ରାମର ପ୍ରକାଶ ଭୁୟାଁଙ୍କ ପୁଅ ରାଜେଶ ଭୁୟାଁ ଓ ପତ୍ନୀ ସପ୍ନା ଭୁୟାଁଙ୍କୁ ଘରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ଚିତି ସାପ କାମୁଡି ଦେଇଥିଲା। ପୁଅ ରାଜେଶ ଭୁୟାଁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମାଆ ସପ୍ନା ଭୁୟାଁ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply