ପେଟ୍ରୋଲ ପମ୍ପ ନିକଟରୁ ଅଜଗର ସାପ ଉଦ୍ଧାର

0

ମାଲକାନଗିରି: ମାଲକାନଗିରି ଜିଲା ପ୍ରାପ୍ତିପାଣି ଗ୍ରାମରେ ଦଶ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି। ପ୍ରାପ୍ତିପାଣି ଗ୍ରାମର ଗଙ୍ଗାଧର ବୁରୁଦା ନାମକ ଜଣେ ବ୍ୟକ୍ତିଙ୍କ ପେଟ୍ରୋଲ ପମ୍ପ ନିକଟରୁ ଅଜଗର ସାପ ଉଦ୍ଧାର ହୋଇଛି। ଅଜଗରଟି ପେଟ୍ରୋଲ ପମ୍ପ ମଧ୍ୟକୁ ପଶୁଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସ୍ଥାନୀୟ ଲୋକେ ମାଲକାନଗିରି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଆସି ସାପଟିକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ।

Leave A Reply