ଘର ଭିତରୁ ସାପ ଉଦ୍ଧାର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କାଶିବେଡା ବାଲି ସାହିର ବିନୋଦ ମୁଣ୍ଡାଙ୍କ ପରିବାର ଗତକାଲି ଦିନ ବେଳା ବିଲ କାମ କରିବାକୁ ଯାଇଥିବା ସମୟରେ ତାଙ୍କ ଘରକୁ ଏକ ବଡ ଗୋଖର ସାପ ପଶି ଯାଇଥିଲା । ସେମାନେ ଅପରାହ୍ନରେ ଫେରି ଘର କବାଟ ଖୋଲିବା ସମୟରେ ସାପ ଗର୍ଜନ ଶୁଣି ଢେଙ୍କିକୋଟ ବନ ବିଭାଗକୁ ଖବର ଦେଇଥିଲେ । ଢେଙ୍କିକୋଟ ବନ ବିଭାଗ ପକ୍ଷରୁ ସର୍ପ ଧରାଳି ନାଦିର ଆନସାରୀଙ୍କ ସହାୟତାରେ ବିନୋଦ ମୁଣ୍ଡାଙ୍କ ଘରୁ ଗୋଖର ସାପଟିକୁ ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି ।

Comments are closed.