ବିରଳ ଧଳା ରଙ୍ଗର ସାପ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ୍ ଲମ୍ବର ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ତପନ ଜେନା ଦେଖିଥିଲେ। ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି ନଥିଲେ, ତେଣୁ କୋୖତୁହଲ ବଶତଃ ଏକ ବାଡ଼ି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଡବା ଭିତରେ ସାପକୁ ପୁରେଇ ଦେଇଥିଲେ। ସାପର କିଛି ଫଟୋକୁ ତପନ ସ୍ନେକ୍ସ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇ ସାପ ଟିକୁ ଚିହ୍ନିବା ପାଇଁ କହିଥିଲେ। ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପଟିକୁ ଲିଉସିଷ୍ଟିକ ଚିତି ବା Leucistic common krait ବୋଲି ଚିହ୍ନଟ କରିଥିଲେ। ଶୁଭେନ୍ଦୁଙ୍କ ଠାରୁ ନିର୍ଦେଶ ପାଇ ସ୍ନେକ୍ସ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକା ଗ୍ରାମରେ ପହଞ୍ଚି ସେହି ସାପଟିକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଘରେ ପଶିଲେ ତପନଙ୍କୁ ସାପ ଇଦ୍ଧାର କରିବା ପାଇଁ ଖୋଜା ପଡିଥାଏ । ଲକ ଡାଉନ ପରେ ସେ ସ୍ନେକ୍ସକ ହେଲ୍ପ ଲାଇନରେ ଯୋଗ ଦେବେ, ଭୁବନେଶ୍ୱର ଆସି ସାପ ଉଦ୍ଧାର ବିଷୟରେ ଟ୍ରେନିଂ ନେବେ।

ସାପଟିକୁ ଗାଁଠାରୁ ପ୍ରାୟ ୧୦ କିମି ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଗତ ମାସ ଜୁଲାଇ ୭ ତାରିଖରେ ସେହି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରୁ ଆଉ ଏକ ଚିତି ସାପ ଉଦ୍ଧାର କରାଯାଇଥିଲା।

Comments are closed.