ଗଛ ଉପରେ ଅହିରାଜ; ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ପାତ୍ରପୁର : ସ।ମନ୍ତିଆ ପଲ୍ଲୀ ରେଞ୍ଜ ଏସ୍ ବି ଜଗଦେବ ପୁରସାମନ୍ତରାପୁର ରାସ୍ତା ପାର୍ଶ୍ଵରେ ଥିବା ଏକ ଛତୀୟ।ନ ଗଛ ଉପରେ ଏକ ଅହିରାଜ ସାପ ଥିବା ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । କିଛି ବାଟୋଇ ଏହି ରାସ୍ତାରେ ଯାଉଥିବା ବେଳେ ସାପଟି ଗଛଡ଼ାଳରେ ଥିବା ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ସ।ମନ୍ତିଆପଲ୍ଲୀ ରେଞ୍ଜର ରଜତ ମିଶ୍ର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଟିମ୍‌କୁ ଖବର ଦେଇଥିଲେ। ଟିମ୍ ଆସିବା ପରେ ସାପଟିକୁ ଉଦ୍ଧାର କରାଯିବା ସହ ନିକଟ ଜଙ୍ଗଲରେ ଛଡ଼ାଯିବ ବୋଲି ବିଭ।ଗ ତରଫରୁ ପ୍ରକାଶ କରିଛନ୍ତି। ସାପଟିକୁ ଦେଖିବା ପାଇଁ ବହୁଲୋକ ରୁଣ୍ଡ ହୋଇଥିଲେ ।

Comments are closed.