ଘାସ କାଟୁଥିବା ବେଳେ କାମୁଡ଼ିଲା ସାପ; ବିଧବା ମହିଳାଙ୍କ ମୃତ୍ୟୁ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଦାନ୍ତୁଣୀ ଗ୍ରାମର ଜଣେ ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟଛି। ମୃତା ଜଣଙ୍କ ହେଲେ ସ୍ୱର୍ଗତ ଗୋବିନ୍ଦ ନାଏକଙ୍କ ପତ୍ନୀ ମୀନା(୩୫)। ସ୍ୱାମୀଙ୍କ ମୃତ୍ୟୁ ପରେ ବହୁ କଷ୍ଟ ସ୍ୱୀକାର କରି ପରିବାର ଚଳାଉଥିବା ଏହି ମହିଳା ବୁଧବାର ବିଲକୁ ଘାସ କାଟିବାକୁ ଯାଇଥିବା ବେଳେ ବିଷଧର ସାପ କାମୁଡ଼ି ଥିଲା। ତେବେ ସାପକୁ ଦେଖି ନ ଥିବାରୁ କୌଣସି କୀଟ କାମୁଡ଼ିଥିବ ଭାବି ଚିକିତ୍ସା ପ୍ରତି ସେ ଗୁରୁତ୍ୱ ଦେଇ ନଥିଲେ। ମାତ୍ର କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ଘଟଣା ସମ୍ପର୍କରେ ପଡ଼ୋଶୀଙ୍କ ପାଖରେ କହିବାରୁ ସେମାନେ ତୁରନ୍ତ ତାଙ୍କୁ ବାରିପଦା ମେଡ଼ିକାଲ ଓ କଲେଜକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୀନାଙ୍କର ମୃତ୍ୟୁ ଘଟିଛି। ବଡ଼ସାହି ପୁଲିସ୍‍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Comments are closed.