ସାପ କାମୁଡାରେ ଯୁବକ ମୃତ

0

ବଡ଼ସାହି : ଶିଆଳୀଘାଟି ପଞ୍ଚାୟତ କାଉଚି ଗ୍ରାମର ଯୁଆ ମାଝୀ(୪୧)କୁ ଏକ ବିଷଧର ସାପ କାମୁଡି ଦେବାରୁ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଅପରାହ୍ନରେ ଏକ ବିଷଧର ସାପ କାମୁଡି ଦେବାରୁ ପରିବାରେ ଲୋକେ ତାଙ୍କୁ ବଡସାହି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ୪୦/୧୮ରେ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଇଛି।

Leave A Reply