ସ୍ମୃତି ଇରାନୀଙ୍କୁ ପିଛା କରିବା ମାମଲା : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଛାତ୍ର ଗିରଫ

0

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପିଛା କରିବା ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଜଣ ଛାତ୍ରଙ୍କୁ ଦିଲ୍ଲୀ ପୁଲିସ ମଙ୍ଗଳବାର ଗିରଫ କରିଛି। ୨୦୧୭ ଏପ୍ରିଲରେ ସ୍ମୃତି ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଚାଣକ୍ୟପୁରୀସ୍ଥିତ ନିଜ ଘରକୁ ଫେରିବା ବେଳେ ତାଙ୍କ କାର୍‌କୁ ଏହି ୪ ଛାତ୍ର ପିଛା କରିଥିଲେ। ସ୍ମୃତି ସଙ୍ଗେ ସଙ୍ଗେ ପିସିଆର୍‌କୁ ଫୋନ୍‌ କରି ଚାଣକ୍ୟପୁରୀ ଥାନାରେ ଅଭିଯୋଗ ରୁଜୁ କରିଥିଲେ। ପରେ ଏହି ଛାତ୍ରମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୫୪ ଡି ଏବଂ ୫୦୯ରେ ମାମଲା ରୁଜୁ ହୋଇଥିଲା। ଘଟଣା ଦିନ ଅଭିଯୁକ୍ତ ଛାତ୍ରମାନେ ଏକ ଜନ୍ମଦିନ ଉତ୍ସବରୁ ନିଜ ଘରକୁ ଫେରୁଥିଲେ। ସେମାନେ ନିଶାଦ୍ରବ୍ୟ ସେବନ କରିଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା। ପରେ ପୁଲିସ ସେମାନଙ୍କୁ ଜାମିନରେ ଛାଡିଥିଲା।

Leave A Reply