୨ଟି ବାଲିବୋଝେଇ ଟ୍ରାକ୍ଟର ଜବତ

ବଡ଼ସାହି : ହରିପୁର ଓ ବାଥୁଡ଼ିବନ୍ଧ ଗ୍ରାମ ନିକଟରୁ ସ୍ଥାନୀୟ ତହସିଲଦାର ମମତାଜ ମହାରଣା ରବିବାର ୨ଟି ବାଲିବୋଝେଇ ଟ୍ରାକ୍ଟର ଜବତ କରି ଥାନାରେ ଜିମା ଦେଇଛନ୍ତି। ବୁଢ଼ାବଳଙ୍ଗ ଘାଟରୁ ବେଆଇନ ଭାବେ ବାଲି  ଉତ୍ତୋଳନ ପୂର୍ବକ ଚାଲାଣ ହେଉଥିବା ଏହି ଟ୍ରାକ୍ଟର ଗୁଡ଼ିକରେ ଆବଶ୍ୟକ କାଗଜପତ୍ର ଅଭାବରୁ ତହସିଲଦାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ଥାଉ କି, ଛୁଟି ଦିନ ମାନଙ୍କରେ ଚୋରା ବେପାରି ସକ୍ରିୟ ହେଉଥିବାରୁ ଅତିରିକ୍ତ ଜିଲାପାଳଙ୍କ ନିର୍ଦେଶରେ ତହସିଲଦାର ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲେ। ସୋମବାର ଏମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.