ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ବର: ରାଜ୍ୟ ଯୁବ କଂଗ୍ରେସ ସଭାପତି ବଦଳିଛନ୍ତି । ଲୋକନାତ ମହାରଥାଙ୍କ ବଦଳରେ ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ରାଜ୍ୟ ଯୁବ କଂଗ୍ରେସର ନୂଆ ସଭାପତି ରୂପେ ନିଯୁକ୍ତି ଦିଆଯାଇଛି । ସେ ଏବେ ଯୁବ କଂଗ୍ରେସର ଜାତୀୟ ସମ୍ପାଦକ ଅଛନ୍ତି ।

ଗତ କିଛିଦିନ ହେଲା ରାଜ୍ୟରେ ଯୁବ କଂଗ୍ରେସ ସଭାପତି ପଦକୁ ନେଇ ବହୁ କଳ୍ପନାଜଳ୍ପନା ଲାଗି ରହିଥିଲା । କାହାକୁ ନୂଆ ସଭାପତି କରାଯିବ ସେଥିଲାଗି ଲବି ବି ଚାଲିଥିଲା । ଶେଷରେ ସ୍ମୃତି ରଞ୍ଜନଙ୍କୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ନିଯୁକ୍ତି ଦିଆଯାଇଛି ।

Comments are closed.